Breaking News
Home / ओडिशा / ୩ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍‌: ମେ ୨୩ରେ ହେବ ଭୋଟ ଗଣତି

୩ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍‌: ମେ ୨୩ରେ ହେବ ଭୋଟ ଗଣତି

ବ୍ରହ୍ମପୁର :- ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଇତିମଧ୍ୟରେ ଶେଷ ହୋଇଯାଇଛି। ବ୍ରହ୍ମପୁର ଲୋକ ସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବ୍ରହ୍ମପୁର, ଗୋପାଳପୁର, ଚିକିଟି, ଦିଗପହଣ୍ଡି, ଛତ୍ରପୁର, ମୋହନା ଓ ଓ ପାରଳାଖେମୁଣ୍ଡିରେ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ ସରିଛି। ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକ ମଧ୍ୟରୁ କେବଳ ବ୍ରହ୍ମପୁର, ଗୋପାଳପୁର, ଚିକିଟି ଓ ଦିଗପହଣ୍ଡିରେ ବ୍ୟବହୃତ ହୋଇଥିବା ଇଭିଏମ୍‌ ଗୁଡ଼ିକୁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ବ୍ରହ୍ମପୁରରେ ରଖାଯାଇଛି। ମେ ୨୩ ତାରିଖରେ ଭୋଟ ଗଣତି ହେବ। ଭୋଟ ଗଣତି ଦିନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ହୃତ୍‌ସ୍ପନ୍ଦନ ବଢ଼ିବା ସହିତ କର୍ମୀଙ୍କ ମହଲରେ ସେତିକି ଉତ୍କଣ୍ଠା ଦେଖାଦେଇଛି। ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ୧୬୯ବୁଥ୍‌ରେ ବ୍ୟବହୃତ ଇଭିଏମ୍‌, ଗୋପାଳପୁର ବିଧାନସଭା କ୍ଷେତ୍ରରେ ୨୦୮ ବୁଥର ବ୍ୟବହୃତ ଇଭିଏମ, ଦିଗପହଣ୍ଡି ବିଧାନସଭା କ୍ଷେତ୍ରରେ ୨୫୫ ବୁଥରେ ବ୍ୟବହୃତ ହୋଇଥିବା ଇଭିଏମ ଓ ଚିକିଟି ବିଧାନସଭା କ୍ଷେତ୍ରରେ ୨୪୧ ବୁଥରେ ବ୍ୟବହୃତ ହୋଇଥିବା ମେସିନଗୁଡ଼ିକ ବ୍ରହ୍ମପୁରରେ କରାଯାଇଥିବା ଦୁଇଟି ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି।

ସ୍ଥାନୀୟ ଆଇଟିଆଇ ଓ ପଲିଟେକ୍‌ନିକ୍‌ ପରିସରରେ ଇଭିଏମ୍‌ଗୁଡ଼ିକ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି ବୋଲି ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି। ପଲିଟେକ୍‌ନିକ୍‌ ପରିସରରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ୧୬୯ ବୁଥ୍‌ରେ ବ୍ୟବହୃତ ସମସ୍ତ ଇଭିଏମ ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀର ୨୦୮ ବୁଥରେ ବ୍ୟବହୃତ ଇଭିଏମ୍‌ ଗୁଡ଼ିକ ରଖାଯାଇଛି । ସେହିପରି ଆଇଟିଆଇ ଶିକ୍ଷାନୁଷ୍ଠାନ ପରିସରରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ୨୫୫ ଗୋଟି ବୁଥରେ ବ୍ୟବହୃତ ଇଭିଏମ୍‌ ଓ ଚିକିଟି ନିର୍ବାଚନ ମଣ୍ଡଳୀର ୨୪୧ବୁଥ୍‌ରେ ବ୍ୟବହୃତ ସମସ୍ତ ଇଭିଏମ୍‌ ରଖାଯାଇଥିବା ବ୍ରହ୍ମପୁର ଏସ୍‌ଡିପିଓ କହିଛନ୍ତି। ଗଞ୍ଜାମ ଜିଲାପାଳଙ୍କ ତତ୍ତ୍ବାବଧାନରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିରେ ଏକ ପ୍ଲାଟୁନ ସିଆରପିଏଫ, ୨ ସେକ୍ସନ ଓଏସଏଫ ଓ ପ୍ରତ୍ୟେକ ଷ୍ଟ୍ରଙ୍ଗ ରୁମରେ ଜିଲା ପୋଲିସର ଜଣେ ଲେଖାଏ ଡିଏସପି, ଜଣେ ଲେଖାଏ ଇନ୍ସପେକ୍ଟର, ୩ ଜଣ ଏଏସ୍‌ଆଇ ଓ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୧୮ ତାରିଖରେ ସରିବା ପରେ ସାନଖେମୁଣ୍ଡି ବିଧାନସଭାରେ ବ୍ୟବହୃତ ଇଭିଏମ୍‌ ବ୍ରହ୍ମପୁରରେ ଥିବା ଷ୍ଟ୍ରଙ୍ଗରୁମରେ ରହିବ ବୋଲି ଏସ୍‌ଡିପିଓ ପତି କହିଛନ୍ତି।

About Mohan Bhowmik

Check Also

प्रधानमंत्री बिहार के अररिया मे गरजे

अररिया, 20 अप्रैल (आरएनआई)- प्रधानमंत्री नरेंद्र मोदी ने आज बिहार के अररिया में एक बार …

Leave a Reply

Your email address will not be published. Required fields are marked *