Breaking News
Home / ओडिशा / ବିଜେଡି ପୁଣି କ୍ଷମତାକୁ ଫେରିବ- ମୁଖ୍ୟମନ୍ତ୍ରୀ

ବିଜେଡି ପୁଣି କ୍ଷମତାକୁ ଫେରିବ- ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର:-ଓଡ଼ିଶାର ୪ କୋଟି ଜନସାଧାରଣ ମୋ ପରିବାର। ସେମାନଙ୍କ ଆଶୀର୍ବାଦରୁ ପୁଣିଥରେ ବିଜେଡି ରାଜ୍ୟରେ କ୍ଷମତାକୁ ଫେରିବ। କାଳିଆ ଯୋଜନାକୁ କେହି ରୋକିପାରିବେ ନାହିଁ ବୋଲି ଶନିବାର ଗଞ୍ଜାମ ଜିଲା ଧରାକୋଟ ବ୍ଲକ ରଥପଦାଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ସେହିପରି ଆସିକା ଏନ୍‌ଏସି କଳିଙ୍ଗା ରୋଡ ମହୋତ୍ସବ ପଡିଆରେ ଅନୁଷ୍ଠିତ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଆପଣଙ୍କ ଗଁାକୁ ଆସିଛି, ଆପଣମାନେ ଏତେ ଖରାରେ ସଭାକୁ ଆସିଛନ୍ତି, ସେଥିଲାଗି ଆପଣଙ୍କୁ ଧନ୍ୟବାଦ ଦେଉଛି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି କହି ଭାଷଣ ସାରିଥିଲେ। ସେହିପରି ପୋଲସରାସ୍ଥିତ ଲୁଣିଘାଟି ପଡିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମହିଳା ଓ କୃଷକମାନଙ୍କର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ କହିବା ସହ ଏମ୍‌ପି ପ୍ରାର୍ଥତ୍ନୀ ପ୍ରମିଳା ବିଷୋୟୀ ଓ ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କୁ ଶଙ୍ଖଚିହ୍ନରେ ଭୋଟ ଦେବା ପାଇଁ କହିଥିଲେ।

ଧରାକୋଟସ୍ଥିତ ମିନି ଷ୍ଟାଡିୟମ ପଡିଆରେ ପୂର୍ବାହ୍ନ ସାଢେ ୧୧ଟାରେ ହେଲିକପ୍ଟରର ଅବତରଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଶୋଭାଯାତ୍ରାରେ ରଥପଦାସ୍ଥିତ ସଭାସ୍ଥଳକୁ ଅଣାଯାଇଥିଲା। ସେଠାରେ ଆସିକା ଲୋକସଭା ପ୍ରାର୍ଥିନୀ ପ୍ରମିଳା ବିଶୋଇ ଏବଂ ସାନଖେମୁଣ୍ଡି ବିଧାୟିକା ପ୍ରାର୍ଥିନୀ ନନ୍ଦିନୀ ଦେବୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ଡ. ପ୍ରଦୀପ କୁମାର ପାଣିଗ୍ରାହୀ ସଭାପତିତ୍ୱ କରିଥିବାବେଳେ ଉପସଭାପତି ଉମାଚରଣ ନାୟକ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଏମ୍‌ପି ପ୍ରାର୍ଥତ୍ନୀ ପ୍ରମିଳା ଓ ବିଧାୟିକା ପ୍ରାର୍ଥତ୍ନୀ ନନ୍ଦିନୀ ଦେବୀ ନିଜ ପାଇଁ ଭୋଟଭିକ୍ଷା କରିଥିଲେ। ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସିଂ, ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ। ସେହିପରି ଆସିକାସ୍ଥିତ ସଭାରେ ମଧ୍ୟ ଏମ୍‌ପି ପ୍ରାର୍ଥିନୀ ପ୍ରମିଳା ଓ ବିଧାନସଭା ପ୍ରାର୍ଥୀନୀ ମଞ୍ଜୁଳା ସ୍ବାଇଁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ।

ପ୍ରଥମ ଥର ପାଇଁ ଏକ ସାଧାରଣ ପରିବାରରୁ ଆସି ଆସିକା ଲୋକ ସଭା ପ୍ରାର୍ଥୀ ହୋଇଥିବା ପ୍ରମିଳା ବିଷୋୟୀ କ୍ଷତ୍ରିୟବରପୁରରୁ ହେଲିକେପ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ସହ ଆସିକା ଅଭିମୁଖେ ପ୍ରଚାରରେ ଯାଇଥିଲେ। ଏହି ସମୟରେ ସେ ହେଲିକେପ୍ଟରରେ ବସି ହାତ ହଲାଉଥିବା ଦୃଶ୍ୟ ଉପସ୍ଥିତ ମହିଳାମାନଙ୍କ ମଧ୍ୟରେ ଉସତ୍ାହ ଭରିଦେଇଥିଲା।

ଏଥିସହ ମୁଖ୍ୟମନ୍ତ୍ରୀ ସୋରଡା, ଭଞ୍ଜନଗରରେ ହାଇଟେକ୍‌ ବସ୍‌ରେ ରୋଡ୍‌ ଶୋ କରିଥିଲେ। ସୋରଡା ଥାନା ନିକଟରୁ ବାହାରି ଗଣିଛକ, ରଥପଦା, ଆଡପମଣ୍ଡପ, ଗୋପାଳପୁରଶାସନ, ବଡବୋରସିଂ, ପାଲକାଟ, କୁଲାଙ୍ଗି, ଲାଠିପଡା, କଣ୍ଟେଇପଲ୍ଲୀ ଦେଇ କ୍ଷେତ୍ରୀୟବରପୁର ପର୍ଯ୍ୟନ୍ତ ପ୍ରାୟ ୩୦କିମି ପର୍ଯ୍ୟନ୍ତ ରୋଡ୍‌ ଶୋ ରେ ଯାଇଥିଲେ। ସୋରଡା ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଏମ୍‌ପି ପ୍ରାର୍ଥୀ ପ୍ରିମଳାଙ୍କୁ ଭୋଟ ଦେବାକୁ କହିଥିଲେ। ରାସ୍ତା କଡରେ ବହୁସଂଖ୍ୟାରେ ମହିଳା ଓ ପୁରୁଷ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ପ୍ରବଳ ଖରା ଓ ମାସାନ୍ତ ମେରୁଯାତ୍ରା ସତ୍ତ୍ୱେ ବହୁ ଲୋକଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍‌ ବସ୍‌ ଆଗରେ ଏକ ଖୋଲା ଜିପ୍‌ରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିକା ଲୋକ ସଭା ପ୍ରାର୍ଥୀ ପ୍ରମିଳା ବିଷୋୟୀ, ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମିଶି ଲୋକଙ୍କୁ ଭୋଟ ଭିକ୍ଷା କରୁଥିଲେ। ମୁଖ୍ୟମନ୍ତ୍ରୀ ବସ୍‌ରେ ବସି ପ୍ରଚାର କରୁଥିଲେ।

About Mohan Bhowmik

Check Also

प्रधानमंत्री बिहार के अररिया मे गरजे

अररिया, 20 अप्रैल (आरएनआई)- प्रधानमंत्री नरेंद्र मोदी ने आज बिहार के अररिया में एक बार …

Leave a Reply

Your email address will not be published. Required fields are marked *